ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ପିପିଲି ଯୁବତୀ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ସହ ସଂପୃକ୍ତି ଅଭିଯୋଗ ପରେ ଗୁରୁବାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରିଥିବା ମହାରଥୀ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।
ଏହି ଘଟଣାରେ ବିରେଧୀ ଦଳ ଗୁଡ଼ିକ ରାଜନୈତିକ ଫାଇଦା ନେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରି ଦଳର ସ୍ୱାର୍ଥ ତଥା ସ୍ୱାଭିମାନ ଦୃଷ୍ଟିରୁ ଇସ୍ତଫା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି, ସେ କହିଛନ୍ତି ।
ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାକ୍ରାର ପରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।
ଅଭିଯୁକ୍ତଙ୍କ ସହ ମହାରଥୀଙ୍କ ସଂପର୍କ ଥିବା ଅଭିଯୋଗ କରି ତାଙ୍କର ଇସ୍ତାଫା ଦାବିରେ ବିରୋଧୀ ଦଳ
ଗୁଡ଼ିକ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି ।
ଏହି ଘଟଣାରେ କ୍ରାଇମବ୍ରାଂଚ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ତେବେ ଘଟଣାରେ ତାଙ୍କର କୌଣସି ସଂପୃକ୍ତ ନଥିବା ମହାରଥୀ ପୂର୍ବରୁ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply