Site icon Odisha.com

୨୦ରେ ଭଦ୍ରକ ଓକିଲ ସଂଘର କାର୍ଯ୍ୟବନ୍ଦ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ଓକିଲ ମାନଙ୍କ ପ୍ରତି ବୈମାତୃକ
ମନୋଭାବ ପୋଷଣ କରୁଥିବା ଦର୍ଶାଇ ଏହାର ପ୍ରତିବାରେ ଆସନ୍ତା ୨୦ ତାରିଖରେ ଭଦ୍ରକ ଓକିଲ
ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ନିଷ୍ପତି ନିଆଯାଇଛି ।

ସର୍ବଭାରତୀୟ ଓକିଲ ସଂଘର ଆହ୍ୱାନକ୍ରମେ ରାଜ୍ୟ ବାର କାଉନସିଲର ସହମତିରେ ସର୍ବଭାରତୀୟ
ସ୍ତରୀୟ ଓକିଲଙ୍କ କାର୍ଯ୍ୟବନ୍ଦ ନିଷ୍ପତିକୁ ନେଇ ବୁଧବାର ଓକିଲ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ
ହୋଇଥିଲା ।

ବୈଠକ ପ୍ରାରମ୍ଭରେ ସଂପାକ ସନ୍ତୋଷ କୁମାର ଆଚାର୍ଯ୍ୟ ରାଜ୍ୟ ବାର କାଉନସିଲ ପଠାଇଥିବା
ବିବରଣୀ ପାଠ କରିଥିଲେ ଏବଂ ପୂର୍ବ ଘୋଷଣା ଅନୁଯାୟୀ ୨୦ତାରିଖ ସମସ୍ତ ଓକିଲ କାର୍ଯ୍ୟରୁ ନିବୃତ ରହିବା ପାଇଁ ନିଷ୍ପତି ନିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version