Site icon Odisha.com

ତୀର୍ଥଯାତ୍ରୀ ବସ୍ ଟ୍ରକ୍ ମୁହାଁମୁହିଁ, ୬ ଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ : ସୀତାରାମ ପାତ୍ର

ସୋର(ବାଲେଶ୍ୱର), ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲାରେ ଗୁରୁବାର ଭୋର ସମୟରେ ତୀର୍ଥଯାତ୍ରୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ସୋର ନିକଟସ୍ଥ ଜାତୀୟ ରାଜପଥ ନଂ୫ ଠାରେ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉନଥିବାରୁ ଦୁର୍ଘଟଣା ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ଏହି ତୀର୍ଥଯାତ୍ରୀମାନେ ପୁରୀ ଦର୍ଶନ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।

ମୃତକଙ୍କ ମଧ୍ୟରେ ଡ଼୍ରାଇଭର, ଚାରି ଜଣ ମହିଳା ଅଛନ୍ତି । ଆହତଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version