Site icon Odisha.com

ଭୁବନେଶ୍ୱର: ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ନିକଟରେ ଶୁକ୍ରବାର ସକାଳେ ଏକ କୋଇଲା ବୋଝେଇ ଟ୍ରେନରେ ନିଅାଁ ଲାଗିଯିବାରୁ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ।

ଟ୍ରେନଟି ସ୍ଥାନୀୟ କଳ୍ପନା ଛକ ପୋଲ ଦେଇ ଯାଉଥିବା ବେଳେ ତିନୋଟି ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଂଚି ନିଆଁ ଲିଭାଇଥିଲେ ।

ନିଅାଁ ଲିଭାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସଂହେହ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version