Site icon Odisha.com

ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଡ଼ିଟୋନେଟର ପାର୍ସଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ନିକଟକୁ ଶୁକ୍ରବାର ଏକ ଡ଼ିଟୋନେଟର ପାର୍ସଲ ଆସିଥିବା ପୋଲିସ କହିଛି ।

ପଟ୍ଟନାୟକଙ୍କ ନାଁରେ ସଚିବାଳୟକୁ ଆସିଥିବା ଏହି ପାର୍ସଲରେ ଡ଼ିଟୋନେଟର ଏବଂ ଲାଲ କାଳିରେ ଲେଖାଯାଇଥିବା ଏକ ଚିଠି ଥିବା ପୋଲିସ କମିଶନର ବିଜୟ ଶର୍ମା ଗଣମାଧ୍ୟମକୁ କହିଛନ୍ତି ।

ପାର୍ସଲକୁ ଜବତ କରାଯାଇଛି ଏବଂ ଏହା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳରୁ ଆସିଥିବା ସେ କହିଛନ୍ତି ।

ଗତ ଶୁକ୍ରବାର ମଧ୍ୟ ଡ଼ିଟୋନେଟର ଥିବା ଏକ ପାର୍ସଲ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଆସିଥିଲା । ସଂପୃକ୍ତ ଅଂଚଳକୁ ଯାଇ ତଦନ୍ତ କରିବା ପରେ ଏହାର କାରଣ ସଂପର୍କରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version