Site icon Odisha.com

ଗଣବଳାତ୍କାର: ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ଘଟଣା ସିବିଆଇ ତଦନ୍ତ ଦାବି କରି ରାଜ୍ୟର ଅଗ୍ରଣୀ ମହିଳା ସଂଗଠନ ଉତ୍କଳ ମହିଳା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦିଆଯାଇଛି ।

ଓଡ଼ିଶା ପରି ଏକ ସଂସ୍କୃତି ସଂପନ୍ନ ରାଜ୍ୟରେ ନାରୀ ମାନଙ୍କ ପ୍ରତି ଏପରି ନୃଶଂସ ବର୍ବର ଘଟଣାର ତୀବ୍ର ନିନ୍ଦା କରାଯାଇଛି । ରାଜନୈତିକ ଛତ୍ରଛାୟା ତଳେ ଏହି ବ୍ୟକ୍ତିମାନେ ଏଭଳି ଅମାନୁଷିକ କାଣ୍ଡ କରୁଛନ୍ତି ବୋଲି ପତ୍ରରେ ଦର୍ଶାଯାଇଛି ।

ତେଣୁ ଘଟଣାର ସିବିଆଇ ତଦନ୍ତ, ଏଭଳି ଘଟଣା କରୁଥିବା ବ୍ୟକ୍ତିଙ୍କ ପ୍ରତି ଦଣ୍ଡ ବିଧାନ, ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତାଙ୍କୁ ଉଚିତ୍ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version