Site icon Odisha.com

ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନାର ସିବିଆଇ ତଦନ୍ତ ଦ।ବି

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ରାଜ୍ୟରେ ମହିଳା ମାନଙ୍କ ଉପରେ ଯେପରି କ୍ରମାଗତ ନିର୍ଯ୍ୟାତନା ବୃଦ୍ଧି ପାଇଚାଲିଛି ସେନେଇ ଏହି ଘଟଣା ଗୁଡ଼ିକର ସିବିଆଇ ତଦନ୍ତ କରିବାକୁ ଦ।ବି ହୋଇଛି ।

ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଶାଖା ପକ୍ଷରୁ ସୂରଜିତା ନାୟକ ଓ ଚାରୁଲତା ମହାପାତ୍ର ଏବଂ ଅନ୍ୟମାନେ ଏନେଇ ତୀବ୍ର ଉ୍ବେଗ ପ୍ରକାଶ କରିଛନ୍ତି ।

ନିକଟରେ ବାଲିଆପାଳ,ପିପିଲି,ପାଇକମାଳ,ରାଜଗାଙ୍ଗପୁର କୋଳା ଏପରିକି ଭୁବନେଶ୍ୱର ଉପକଣ୍ଠରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ଏହାର ଉାହରଣ ବୋଲି ସେମାନେ ଦର୍ଶାଇଛନ୍ତି ।

ଗଣଧର୍ଷଣ, ବଳାତ୍କାର, ହତ୍ୟା ଓ ନିର୍ଯ୍ୟାତନାର ଶିକାର ହେଉଥିବା ମହିଳାଙ୍କୁ ସରକାର ନ୍ୟାୟ ଦେବା ପରିବର୍ତେ କେବଳ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି, ସେମାନେ କହିଛନ୍ତି ।

ସରକାରଙ୍କ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଏହାଦ୍ୱାରାଏକ ପ୍ରହସନରେ ପରିଣତ ହୋଇଛି । ଆଜି ପର୍ଯ୍ୟନ୍ତ ସରକାରଙ୍କପକ୍ଷରୁ ନିର୍ଯ୍ୟାତିତା ମହିଳା ମାନଙ୍କୁ ନ୍ୟାୟ ଦେବା ଉପଲକ୍ଷେ ଯେତିକି ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ ହୋଇଛି ତାହାର ସୁଫଳ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ତେଣୁ ନିର୍ଯ୍ୟାତିତା ମହିଳା ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସରକାର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟର୍କ୍ରମ ଗ୍ରହଣ କରିବାକୁ ଦ।ବି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version