Site icon Odisha.com

ସାବାଳକଙ୍କୁ ଭୋଟର ତାଲିକାରେ ସାମିଲ ପାଇଁ ସଚେତନତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଅଧିକରୁ ଅଧିକ ସାବାଳକଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ସଚେତନା ସୃଷ୍ଟି କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ଆସନ୍ତା ୨୫ରେଦ୍ୱିତୀୟ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଏଥିପାଇଁ ଗଣ ଦୌଡ କରାଯିବା ସହ ଗଣତନ୍ତ୍ରକୁ ସୁୃଢ କରିବା ବିଷୟ ବସ୍ତୁ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଏହି ଆୟୋଜନ କରାଯିବ ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍. ଶ୍ରୀ ନିବାସନ୍ କହିଛନ୍ତି ।

ଏହି ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମାରାଥନ ଦୌଡ କଳିଙ୍ଗ ଷ୍ଟାଡିୟମରୁ ବାହାରିବ ଏବଂ ଆୟୋଜିତ ସଭାରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ମାନବାଧିକାର କମିଶନ ଯୋଗଦେବେ ।

୨୦୧୧ରେ ରାଜ୍ୟରେ ୨ କୋଟି ୮୦ ଲକ୍ଷ ୯୩ ହଜାର ୯୩୦ ଭୋଟର ଥିବା ବେଳେ ୨୦୧୨ରେ ଭୋଟରଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୪୫ ହଜାର ୩୫କୁ ବୃଦ୍ଧି ପାଇଛି ।

ସେମାନଙ୍କ ମଧ୍ୟରେ ୧ କୋଟି ୫୦ ଲକ୍ଷ ୮୫ ହଜାର ୮୦୭ ପୁରୁଷ ଭୋଟର ହୋଇଥିବା ବେଳେ ୧ କୋଟି ୪୦ ଲକ୍ଷ ୭୮ ହଜାର ୬୭୨ ମହିଳା ଭୋଟର, ସେ କହିଛନ୍ତି ।

ପୂର୍ବରୁ ଥିବା ତାଲିକାରୁ ୨ ଲକ୍ଷ ୫୬ ହଜାର ୫୫୮ ଜଣ ଭୋଟରଙ୍କୁ ବିଭିନ୍ନ କାରଣରୁ ବାଦ  ଦିଆଯାଇଛି । ତେବେ ନୂତନ ତାଲିକାରେ ୧୩ ଲକ୍ଷ ୨୬ ହଜାର ୮୬୪ ଜଣ ଭୋଟର ସାମିଲ ହୋଇଛନ୍ତି ।

୨୦୧୧ ସୁଦ୍ଧା ରାଜ୍ୟରେ ୮୮.୮୫ ପ୍ରତିଶତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ଦିଆଯାଇଥିବା ବେଳେ ୨୦୧୨ରେ ଏହା ୯୦.୯୧ ପ୍ରତିଶତକୁ ବୃଦ୍ଧି ପାଇଛି ।

୨୦୧୨ ସୁଦ୍ଧା ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୪୫ ହଜାର ୩୫ରେ ପହଂଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦.୯୧ ପ୍ରତିଶତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ଦିଆଯାଇଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version