Site icon Odisha.com

ଭଦ୍ରକ :ମଧ୍ୟାହ୍ନ ଭୋଜନ ଯୋଗାଣ ନେଇ ବିବାଦ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଗାଣକୁ ନେଇ ଭଦ୍ରକ ଜିଲ୍ଲାରେ ବିବାଦ ଦେଖାଦେଇଛି ।

ହାଇକୋର୍ଟଙ୍କ ରାୟ,ପିଆଇଏ ସଂସ୍ଥା ଓ ସ୍ଥାନୀୟ ଗ୍ରାମବାସୀଙ୍କ ଜିଦ ଯୋଗୁ ତିନୋଟି ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଛନ୍ତି ।

ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ପିଆଇଏ ସଂସ୍ଥାକୁ ଦାୟୀତ୍ୱ ପ୍ରଦାନ ନେଇ ବିଭଗୀୟ ନିଷ୍ପତି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ରନ୍ଧାଖାଦ୍ୟ ଯୋଗାଣ ଦାବୀରେ ଗ୍ରାମବାସୀମାନେ ଅନଶନ ଚଲାଇଛନ୍ତି ।

ଫଳରେ ହରିନାରାୟଣ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସତ୍ୟସାଇ ବିଷ୍ଣୁ ମୋହନ ହାଇସ୍କୁଲ ଦୁର୍ଗାପୁର ଏବଂ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଓ ଛାତ୍ରୀ ମାନେ ଗତ ସେପ୍ଟେମ୍ବର ମାସରୁ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇ ରହିଛନ୍ତି ।

ଭଦ୍ରକ ପୌରାଞ୍ଚଳର ଏକ ସଂସ୍ଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ପତ୍ର ଓ ହାଇକୋର୍ଟଙ୍କ ଆଦେଶ ବଦଳରେ ଏହି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇବାର ପ୍ରୟାସ କରୁଥିବାବେଳେ ଉକ୍ତ ସଂସ୍ଥା ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂପୃକ୍ତ ସଂସ୍ଥା । ମୋର ଜୀଉ ସେବାୟତନର ନାମ ଉଲ୍ଲେଖ ନାହିଁ, ତେଣୁ ଏହି ସଂସ୍ଥା ଠାରୁ ରନ୍ଧାଖାଦ୍ୟ ଗ୍ରହଣ କରାଯିବ ନାହିଁ ବୋଲି ଅନଶନରେ ବସିଥିବା ଅନଶନକାରୀଙ୍କ ଯୁକ୍ତି ବାଢିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version