Site icon Odisha.com

ଦାଦାବଟି ନ ଦେବାରୁ ଦୁର୍ବୃତଙ୍କ ଫାଙ୍କା ଗୁଳି ଚାଳନା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ,ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ଦାଦାବଟି ନଦେବାରୁ ପାରାଦ୍ଵୀପ ସ୍ଥିତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ପରିସରରେ ଶନିବାର ଦୁର୍ବୃତମାନେ ଫାଙ୍କା ଗୁଳିଚାଳନା କରିଛନ୍ତି ।

ସେମାନେ ଜଣେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି । ଏଥିଯୋଗୁଁ ଉକ୍ତ ଅଞ୍ଚଳରେ ଲୋକଙ୍କ
ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

ଉଲ୍ଲେଖଯୋଗ୍ୟ ଯେ,ତୈଳ ବିଶୋଧନାଗାର କାର୍ଯ୍ୟରେ ଆର୍ଏମ୍ସ, ବ୍ୟାଚିଙ୍ଗ ଏବଂ ମିକ୍ସଙ୍ଗ୍ କାରଖାନାକୁ ନିୟୋଜିତ କରାଯାଇଥିଲା ।

ଶୁକ୍ରବାର କେତେଜଣ ଦୁର୍ବୃତ କାରଖାନା କର୍ତୃପକ୍ଷଙ୍କୁ ଦାଦାବଟି ମାଗିଥିଲେ । ବଟି ନେଲେ ପରିଣାମ ଭୟଙ୍କର ହେବ ବୋଲି ସେମାନେ ଧମକ ଦେଇଥିଲେ ।

କାରଖାନା କର୍ତୃପକ୍ଷ ସେମାନଙ୍କ କଥା ନ ମାନିବାରୁ ଚାରି ଜଣ ଦୁର୍ବୃତ ବଳପୂର୍ବକ କାରଖାନା ଭିତରକୁ ପ୍ରବେଶ କରି ଢେଲା ପଥର ମାଡ଼ କରିଥିଲେ । ଫଳରେ କାର୍ଯ୍ୟାଳୟରେ ଲାଗିଥିବା କାଚ ନିର୍ମିତ ଝରକା ଓ କବାଟ ଭାଙ୍ଗିଯିବା ସହଦୁଇଟି ମୋଟର ସାଇକେଲ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଏହି ଘଟଣା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । “ସୁରକ୍ଷାକର୍ମୀ ଜଣକ ଢେଲା
ମାଡ଼ରେ ଆହତ ହୋଇଛନ୍ତି । ଦୁର୍ବୃତଙ୍କୁ ଧରିବା ପାଇଁ ସହରର ସମସ୍ତ ମୁଖ୍ୟ ରାସ୍ତା ସିଲ୍
କରିିଆଯାଇଛି” ପାରାଦ୍ଵୀପ ଥାନା ଭାରପ୍ରାପନ୍ତ ଅଧିକାରୀ ଅନୀଲ ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version