Site icon Odisha.com

ଏବିଭିପିର ୩୬ତମ ରାଜ୍ୟ ଅଧିବେଶନ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଦେଶର ବୃହତ ଅଣରାଜନୈତିକ ଛାତ୍ର ସଂଗଠନ ଅଖିଳ ଭାରତୀୟ ବ୍ୟିାର୍ଥୀ ପରିଷର ୩୬ତମ ରାଜ୍ୟ ଅଧିବେଶନ ରବିବାର ଠାରେ ଅନୁଷ୍ଠିତ ହୋଇଛି ।

ଗାନ୍ଧୀ ପଡ଼ିଆରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ରଙ୍କ ପୁତ୍ର କବି ଗୌରଚନ୍ଦ୍ର ମହାପାତ୍ର ଏହାର ଉ୍ଘାଟନ କରିଛନ୍ତି ।

ରାଜ୍ୟର ସମସ୍ତ ଜିଲାରୁ ଆସିଥିବା ଚାରି ଶହରୁ ଉଦ୍ଧ୍ୱର୍ ପ୍ରତିନିଧିଙ୍କ ଉପସ୍ଥିତିରେ ଇନ୍ଦିରା ପ୍ରିୟର୍ଶନୀ ପୁରସ୍କାରପ୍ରାପ୍ତ ବିଜେତା ଅଶୋକ ଭଗତ ମୁଖ୍ୟ ଅତିଥି ଭାବେ ଯୋଗେଇ ଦେଶରେ ବିକାଶ ନାମରେ ଚାଲିଥିବା ଅରାଜକତା,ସନ୍ତ୍ରାସବା,ଆମ ତୃଟିପୂର୍ଣ୍ଣ ଶିକ୍ଷାପଦ୍ଧତି ଉପରେ ନିଜର ମତ ରଖିଥିଲେ ।

ଏକ ଭ୍ରଷ୍ଟାଚାରମୁକ୍ତ ଭାରତ ଗଠନ ଦିଗରେ ଆଜିର ଛାତ୍ରଛାତ୍ରୀ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସମ୍ମାନୀତ ଅତିଥି ଭାବେ ପରିଷଦର ପଶ୍ଚିମ କ୍ଷେତ୍ରର ସଂଗଠକ ସଂଜୟ ପାଚୋପୋର ମତବ୍ୟକ୍ତ କରିଥିଲେ ।

ଆସନ୍ତାକାଲି ଉଦୟାପନୀ ଉତ୍ସବରେ ଚାରି ହଜାରରୁ ଉଦ୍ଧ୍ୱର୍ ଛାତ୍ର-ଛାତ୍ରୀଙ୍କ ଏକ ଭ୍ରଷ୍ଟାଚାର ବିରୋଧି ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version