Site icon Odisha.com

ଚିନିକଳ ଟାଙ୍କି ଫାଟି ତିନିଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଜାନୁୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଆସ୍କା ସ୍ଥିତ ଚିନିକଳରେ ଟାଙ୍କି ଫାଟି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୋମବାର କହିଛି ।

ରବିବାର ରାତିରେ କାରଖାନାର ୨୫୦୦ ଟନ୍ ବିଶିଷ୍ଟ ମୋଲାସିସ୍ ଟାଙ୍କିଟି ହଠାତ୍ ଫାଟିଯାଇଥିଲା । ପରେ ଏହାର ଉତ୍ତପ୍ତ ଗୁଡ଼ ପାଣି ନିକଟରେ ଥିବା କଲୋନୀର ତିନୋଟି ଘର ଉପରେ ପଡ଼ିଥିଲା ।

ଘରେ ଶୋଇଥିବା ଅବସ୍ଥାରେଦୁଇଟି ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଟାଙ୍କି ଫାଟିବା ବେଳେ କାରଖାନାରେ ପ୍ରାୟ ତିନି ଶହରୁ ଉଦ୍ଧ୍ୱର୍ କର୍ମଚାରୀ କାର୍ଯ୍ୟ କରୁଥିଲେ ।

ଖବର ପାଇ ପୋଲିସ ଓ ମକଳବାହୀନୀ ଘଟଣା ସଂପର୍କରେ ପହଂଚି ମୃତକଙ୍କୁ ଉଦ୍ଧାର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version