Site icon Odisha.com

ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ତିନି ଆହତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ,ଜାନୁୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ରବିବାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ତିନି ଜଣ ଆହତ ହୋଇଥିବା ପୋଲିସ କହିଛି ।

ଏକ ବିବାହ ଉତ୍ସବରେ ଯୋଗଦେଇ ବାରିପଦାରୁ ଆସୁଥିବା ଗାଡ଼ିି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ୫ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ପଛରେ ପିଟି ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ନୟାଗଡ଼ ଇଟାମାଟି ଗ୍ରାମର ସନ୍ତୋଷ କୁମାର ଦାସ ଓ କଟକ ନିଆଳି ଥାନା ନୂଆଗାଁ ଗ୍ରାମର ମିର୍ଜା ୱାସିମଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version