Site icon Odisha.com

କୋରେଇରେ ରୋଗୀଙ୍କ ସେବା କରିଥିଲେ ନେତାଜୀ

 

କୋରେଇରେ ରୋଗୀଙ୍କ ସେବା କରିଥିଲେ ନେତାଜୀ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଜାନୁୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ୧୯୧୦ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ କଟକ ସ୍ଥିତ ରେଭେନ୍ସା କଲେଜିଏଟ୍ ସ୍କୁଲରେ ପାଠ ପଢୁଥିବା ସମୟରେ ଯାଜପୁର ଜିଲ୍ଲା କୋରେଇ ଅଂଚଳରେ ହଇଜାରେ ପୀଡ଼ିତ ଲୋକଙ୍କ ସେବା କରିଥିଲେ ।

ଏହି ଗ୍ରାମରେ ଥିବା ତାଙ୍କ କଲେଜ ବନ୍ଧୁ ଫକୀର ହଜାରୀ ସତ୍ତାରଙ୍କ ଘରେ ସେ ଦୁଇ ସପ୍ତାହ ଧରି
ରହିଥିଲେ ।

ଲୋକଙ୍କ ଚିକିତ୍ସା ପାଇଁ ସେ କଟକରୁ ହୋମିଓପ୍ୟାଥି ଔଷଧ, ଲଂଠନ,ଦୁଇଟି ମୁଗୁନି ପଥର ଏବଂ ଅନ୍ୟ ସାମଗ୍ରୀ ଆଣିଥିଲେ, ଫକୀରଙ୍କ ନାତି ଜାକିର ହୁସେନ ହଜାରୀ କହିଛନ୍ତି । ।

“”୧୯୯୦ରେ ଯେତେବେଳେ କୋରେଇ ଏବଂ ଆଖ ପାଖ ଅଂଚଳର ଲୋକମାନେ ହଇଜାରେ ଆକ୍ରାନ୍ତ
ଥିଲେ ମୋର ଜେଜେବାପା ଏବଂ ନେତାଜୀ ସେମାନଙ୍କ ଚିକିତ୍ସା କରୁଥିଲେ” ବାପାଙ୍କଠୁ ମୁଁ ଜାଣିଛି ବୋଲି ଜାକିର କହିଛନ୍ତି ।

ଏହା ନେତାଜୀଙ୍କ ପ୍ରଥମ ଜନସେବା ସ୍ଥାନ ଥିଲା । ଏହି ସମୟରେ ସେ କେତେକ ବାକ୍ସ ମଧ୍ୟ ଆଣିଥିଲେ
ଯେଉଁଥିରେ ବ୍ଲିଚିଙ୍ଗ ପାଉଡ଼ର ଏବଂ ଔଷଧ ଥିଲା ।

ନେତାଜୀଙ୍କ ସହ ସ୍କୁଲର ଅନ୍ୟ ଛାତ୍ର ଏବଂ ଜେଜେବାପା ହଇଜା ରୋଗ ସଂପର୍କରେ ଲୋକଙ୍କୁ ବୁଝାଇବା ସହ ଏହାର ଚିକିତ୍ସା ସମ୍ଭବ ବୋଲି କହିଥିଲେ । କଟକରେ ପଢୁଥିବା ବେଳେ ସୁବାଷ ବହୁବାର ଆମ ଘରକୁ ବୁଲିବାକୁ ଆସିଛନ୍ତି, ଗର୍ବର ସହ କହନ୍ତି ହଜାରୀ ।

ନେତାଜୀଙ୍କ ଜନ୍ମିନରେ ପ୍ରତିବର୍ଷ ଭଳି ସୋମବାର ମଧ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଶତାଧିକ ଲୋକ
ଆମ ଘରକୁ ଆସି ନେତାଜୀ ରହିଥିବା କୋଠରୀ ବୁଲି ଖେିଛନ୍ତି ଏବଂ ତାଙ୍କର ଫଟୋଚିତ୍ରରେ
ମାଲ୍ୟାର୍ପଣ କରିଛନ୍ତି, ସେ କହିଛନ୍ତି ।

ନେତାଜୀ କଂଗ୍ରେସ ଅଧ୍ୟକ୍ଷ ହେବା ସମୟରେ ଜେଜେବାପା ତ୍ରୀପୁରୀ କଂଗ୍ରେସ ଅଧିବେଶନରେ ଯୋଗ
େଇଥିଲେ, ସେ କହିଛନ୍ତି ।

ଗତ କିଛି ବର୍ଷ ତଳେ ସୁବାଷ ବୋଷଙ୍କ ମୁଗୁନି ପଥର ଏବଂ ଲଂଠନକୁ ମୋ ବାପା କେନ୍ଦ୍ରାପଡ଼ାର ଜଣେ ଆଇନଜୀବୀଙ୍କ ସଂଗ୍ରହାଳୟକୁ େଇବୋ ସହ କଟକ ସଂଗ୍ରହାଳୟକୁ ହୋମିଓପ୍ୟାଥି ଔଷଧ ବାକ୍ସ େଇଥିଲେ, ସେ କହିଛନ୍ତି ।

ହଠାତ୍ ଭାରତରୁ ନେତାଜୀଙ୍କ ଅର୍ନ୍ତଧ୍ୟାନ ପରେ ସମଗ୍ର ଶେବାସୀଙ୍କ ଭଳି ବାପା ମଧ୍ୟ ସ୍ୱାଧିନତାର ବହୁ
ବର୍ଷ ପର୍ଯ୍ୟନ୍ତ ସେ ଜୀବିତ ଥିବା ଆଶା କରିଥିଲେ ।

୧୯୭୦ରେ ଜେଜେବାପାଙ୍କ ହୋନ୍ତ ହୋଇଥିଲା । ଭାରତ ସ୍ୱାଧିନତା ସମୟରେ ସେ ବହୁବାର
କାରାବରଣ କରିଥିଲେ ମଧ୍ୟ ସ୍ୱାଧିନତା ସଂଗ୍ରାମୀ ପେନ୍ସନ୍ ଗ୍ରହଣ କରିବାକୁ ମନା କରିେଇଥିଲେ, ହଜାରୀ କହିଛନ୍ତି ।

ନେତାଜୀଙ୍କ କୋରେଇ ସହ ସଂପର୍କ ତଥା ତାଙ୍କ ରହଣି ବିଷୟରେ ଅଧିକ ତଥ୍ୟ ସଂଗ୍ରହ ପାଇଁ
ଐତିହାସିକ ତଥା ଗବେଷକମାନେ କଠିନ ପରିଶ୍ରମ କରିବା ଉଚିତ୍ ବୋଲି କେନ୍ଦ୍ରାପଡ଼ାର ଅବସରପ୍ରାପ୍ତ ଶିକ୍ଷକ ବାସୁବେ ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version