Site icon Odisha.com

ପ୍ରସବ ଯନ୍ତ୍ରଣା ସହିନପାରି ହାତୀର ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ପ୍ରସବ ଯନ୍ତ୍ରଣା ସହିନପାରି ବରଗଡ଼ ଜିଲ୍ଲା ଭଟଲି ନିକଟସ୍ଥ ବାରପାହାଡ଼ ଜଙ୍ଗଲରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି ।

ରବିବାର ଠାରୁ ହାତୀଟି ପ୍ରସବ ଜନିତ ଯନ୍ତ୍ରଣା ଭୋଗୁଥିଲା ଏବଂ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ପଶୁ ଡ଼ାକ୍ତରଙ୍କ ସହାୟତା ନେଇଥିଲେ ।

ତେବେ ଅନ୍ୟ ଦନ୍ତା ହାତୀମାନେ ଉକ୍ତ ସ୍ଥାନକୁ ଚାଲି ଆସିବାରୁ ଡ଼ାକ୍ତର ଓ କର୍ମଚାରୀମାନେ ଭୟରେ ପଳାଇଆସିଥିଲେ । ସୋମବାର କର୍ମଚାରୀମାନେ ସେହି ସ୍ଥାନକୁ ପୁଣିଯାଇଥିଲେ ଏବଂ ସେତେବେଳେ ହାତୀର ମୃତ୍ୟୁ ହୋଇସାରିଥିଲା ।

ପରେ ଜଂଗଲ ବିଭାଗ ଅଧିକାରୀମାନେ ହାତୀର ଶବ ବ୍ୟବଚ୍ଛେଦ କରି ଗାତ ଖୋଳି ପୋତି ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version