Site icon Odisha.com

ବଲାଙ୍ଗୀର: ଘରପୋଡ଼ି ଘଟଣାରେ ୪୨ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଜାନୁୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ଲାଠୋର ଠାରେ କେତେକ ଦଳିତ ଲୋକଙ୍କ ଘରପୋଡ଼ି ଘଟଣାରେ ୪୨ ଜଣଙ୍କୁ ଗିରଫ କରିଥିବା ପୋଲିସ ସୋମବାର କହିଛି ।

ରବିବାର ଏକ ଦୋକାନରୁ ସାର୍ଟ ଚୋରିକୁ ନେଇ ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇ ଉଗ୍ରରୂପ ଧାରଣ କରିଥିଲା ।

ଏହାକୁ ନେଇ ପଚାଶରୁ ଅଧିକ ଲୋକ ଦଳିତ ମହିଳା ଓ ଶିଶୁ ମାନଙ୍କୁ ଘରୁ ବାହାର କରି ଘରେ ନିଅାଁ ଲଗାଇ ବୋ ସହ ନିଆଁ ଲିଭାଇବାକୁ ଆସିଥିବା ଅଗ୍ନିଶମ କର୍ମଚାରୀଙ୍କୁ ଭିତରକୁ ଯିବାକୁ ଦେଇନଥିଲେ ।

ତେବେ ଏହି ଘଟଣାରେ ପୋଲିସ ୪୨ ଜଣଙ୍କୁ ଗିରଫ କରିଛି ଏବଂ କ୍ଷତିଗ୍ରସ୍ତ ଲୋକଙ୍କ ରହିବା ପାଇଁ ଅସ୍ଥାୟୀ ଶିବିରର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କହିଛନ୍ତି ।

ଘର ପୋଡ଼ିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version