Site icon Odisha.com

ଲିଙ୍ଗରାଜ ମନ୍ଦିରରେ ବିଦେଶୀ ପ୍ରବେଶ, ନୀତିରେ ବିଳମ୍ବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଙ୍ଗଳବାର ଜଣେ ବିଦେଶୀ ପ୍ରବେଶ କରିବା ନେଇ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଛି ।

ସୁରକ୍ଷା ବଳୟ ଭେଦ କରି ଉଜବେକିସ୍ତାନର ଏହି ବ୍ୟକ୍ତି ମନ୍ଦିର ଭିତର କାଠ ନିକଟରେ ପହଂଚିଥିଲେ । ପରେ ସେବାୟତମାନେ ତାଙ୍କୁ ଦେଖି ଏକତ୍ରିତ ହୋଇଯାଇଥିଲେ ଏବଂ ସେଠାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲେ । ପରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ।

ମନ୍ଦିରର ନିୟମ ଅନୁଯାୟୀ ପ୍ରଭୁଙ୍କ ମହାସ୍ନାନ କରାଯିବା ସହ ଠାକୁର ଘରକୁ ଧୋଇ ଦିଆଯାଇଛି ।

ତିନି ନିଯୋଗ ଓ ପ୍ରଶାସକଙ୍କ ମଧ୍ୟରେ ବୈଠକ ହେବାପରେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ନୀତିରେ ତିନି ଘଂଟାରୁ ଊଦ୍ଧ୍ୱର୍ ସମୟ ବିଳମ୍ବ ଘଟିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version