ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଦୁଇଦିନ ପୂର୍ବରୁ ସହରର ପ୍ରବେଶପଥ ଗୁଡ଼ିକୁ ସିଲ୍ କରିିଆଯିବା ସହ ହୋଟେଲ ଏବଂ ଲଜ୍ ଗୁଡ଼ିକରେ ବ୍ୟାପକ ଯାଂଚ କରାଯାଇଛି ।
ପ୍ୟାରେଡ଼ ସମୟରେ ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ଓଏସ୍ଏପି, ଦୁଇ ୟୁନିଟ୍ ଏସ୍ଓଜି ଏବଂ ୫୦ ଜଣ ଏପିଆର୍ଙ୍କୁ ନିୟୋଜିତ କରାଯାଇଥିବା ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସେହିପରି ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ଚାରି ଜଣ ଅତିରିକ୍ତ ଡ଼ିସିପି, ତିନି ଜଣ ଡ଼ିସିପି, ୧୨ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟର ଏବଂ ଶହେରୁ ଉଦ୍ଧ୍ୱର୍ ଏସ୍ଆଇ ଏଏସ୍ଆଇଙ୍କୁ ନିୟୋଜିତ କରାଯାଇଛି ।
ଏହାବ୍ୟତୀତ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୭୮ ଜଣ ଟ୍ରାଫିକ୍ କନ୍ଷ୍ଟେବଲ, ୫୦ ଜଣ ମହିଳା କନ୍ଷ୍ଟେବଲ ଏବଂ ଶହେଜଣ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଥିବା ସେ କହିଛନ୍ତି ।
ସାଧାରଣତନ୍ତ୍ର ଦିବସଦିନ ସକାଳ ୬ଟାରୁ ପ୍ୟାରେଡ଼ ଶେଷ ହେବା ପର୍ଯ୍ୟନ୍ତ ରାଜମହଲ ରାମମନ୍ଦିରରୁ ମାଷ୍ଟରକ୍ୟାନ୍ଟିନ୍ ମଧ୍ୟରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply