Site icon Odisha.com

ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ପରେ ଲୋକଙ୍କ ଟ୍ରକ୍ ପୋଡ଼ି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ମଙ୍ଗଳବାର ଗାଡ଼ି ଧକ୍କାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକମାନେ ଗାଡ଼ିକୁ ପୋଡ଼ି ଦେଇଥିବା ପୋଲିସ କହିଛି ।

ଏରଡ଼ଙ୍ଗା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ପ୍ରସାଦ ବିଶ୍ୱାଳ ଘରୁ ସ୍କୁଲକୁ ଯାଉଥିବା ବେଳେ ନୀଳବର ଛକ ଠାରେ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ପରେ ଲୋକମାନେ ସଂପୃକ୍ତ ଛାତ୍ରଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ବୋକୁ ଦାବି କରିବା ସହ ରାସ୍ତା ଅବରୋଧ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version