Site icon Odisha.com

ପୁରୀ ଏସ୍ପିଙ୍କ ବଳି, ନିଲମ୍ବିତ ଆଇଆଇସି ବହିଷ୍କୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାରେ ଚର୍ଚ୍ଚାର ପରିସରକୁ ଆସିଥିବା ପୁରୀ ଏସ୍ପି ଅମିତେନ୍ଦ୍ରନାଥ ସିହ୍ନାଙ୍କୁ ମଙ୍ଗଳବାର ସରକାର ବଳି କରିଥିବା ବେଳେ ନିଲମ୍ବିତ ପିପିଲି ଥାନା ଆଇଆଇସିଙ୍କୁ ବହିଷ୍କାର କରାଯାଇଛି ।

ପଂଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମତି ପରେ ସିହ୍ନାଙ୍କୁ ଏସ୍ଓଜି କମାଣ୍ଡେଂଟ ଭାବେ କୋରାପୁଟ ବଳି କରାଯାଇଛି ।

ସେହିପରି କୋରାପୁଟ ଏସ୍ପି ଅନୂପ କୁମାର ସାହୁଙ୍କୁ ପୁରୀ ଏସ୍ପି ଏବଂ ଏସ୍ଓଜି କମାଣ୍ଡେଂଟ ଅବିନାଶ କୁମାରଙ୍କୁ କୋରାପୁଟ ଏସ୍ପି ଭାବେ ବଳି କରାଯାଇଛି ।

ପିପିଲି ଗଣବଳାତ୍କାର ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ଏସ୍ପିଙ୍କ କାର୍ଯ୍ୟକଳାପ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

କର୍ତବ୍ୟରେ ଅବହେଳା କରିଥିବାରୁ ତତ୍କାଳୀନ ପିପିଲି ଥାନା ଅଧିକାରୀ ଅମୂଲ୍ୟ ଚମ୍ପତିରାୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ଚାକିରିରୁ ବହିଷ୍କୃତ କରିଛନ୍ତି । ସମ୍ବିଧାନର ୩୧୧ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରହରାଜ କହିଛନ୍ତି ।

ପିପିଲି ଗଣବଳାତ୍କାର ମାମଲାରେ ଚମ୍ପତିରାୟ ପିଡ଼ୀତାଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version