Site icon Odisha.com

ବିଜ୍ଞାନ ଯୋଗୁଁ ଜୀବନ ଧାରଣ ମାନରେ ଉନ୍ନତି: ନବୀନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁୟାରୀ ୨୬ (ଓଡିଶା ଡଟ୍ କମ୍) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଯୋଗୁଁ ଜୀବନ ଧାରଣ ମାନରେ ଉନ୍ନତି ହୋଇଛି, ଗୁରୁବାର ୬୩ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡ଼ିୟମରେ ପତାକା ଉତ୍ତେୋଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆମ ଜୀବନରେ ସାଧାରଣତନ୍ତ୍ର ଦିବସର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ଏହା ଦେଶ ପ୍ରତି ଆମର ଦ।ୟିତ୍ୱ ସଂପର୍କରେ ସଚେତନ କରିଥାଏ ଏବଂ ଗଣତନ୍ତ୍ର ପ୍ରତି ଲୋକଙ୍କର ଆସ୍ଥା ରହିଛି ବୋଲି ନବୀନ କହିଛନ୍ତି ।

ସଂସ୍କୃତି ଓ କଳା ଦେଶ ବିଦେଶରେ ଆମର ଗୌରବ ବଢାଇଛି । ସ୍ୱାଧିନତା ପରେ ଆମ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇଛି, ସେ କହିଛନ୍ତି ।

କଟକର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଏଠାରେ ପ୍ୟାରେଡ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ସେହିପରି ଭୁବନେଶ୍ୱରରେ କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରି ପ୍ୟାରେଡ଼ରେ ଅଭିବାନ ଗ୍ରହଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version