Site icon Odisha.com

ଗଜପତି: ମହିଳା ମାଓବାଦୀର ଆତ୍ମସମର୍ପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାରଳାଖେମୁଣ୍ଡି, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଗଜପତି ଜିଲ୍ଲାରେ ବୁଧବାର ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

୨୦୦୯ରୁ ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଡ଼ବା ଥାନା ଅନ୍ତର୍ଗତ ଗଙ୍ଗମୁଣ୍ଡା ଗ୍ରାମର ତବିତା ମଲ୍ଲିକ ଆତ୍ମସମର୍ପଣ କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ବାଶଧାରା ଓ ଘୁମସର ଡ଼ିଭିଜନର ସଦସ୍ୟ ତବିତା କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ସମିତି ସଭ୍ୟ  ହତ୍ୟାକାଣ୍ଡ ଏବଂ ଗୋପିନାଥପୁର ଅଂଚଳରେ ପୋଲିସ ସହ ଗୁଳିବିନିମୟରେ ସଂପୃକ୍ତ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version