Site icon Odisha.com

ସାଧାରଣତନ୍ତ୍ର ଦିବସରେ ବିକାଶରେ ନିଆରା ପରମ୍ପରା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୨୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ୬୩ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

ଗଂଗାଧର ମେହେର ସ୍ୱୟଂଶାସିତ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ଼.ରାଜନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତୋଳନ କରିଥିଲେ ।

ଏହି ଅବସରରେ ଉଭୟ ସ୍କୁଲ ଓ କଲେଜର ଚାରୋଟି ହାଉସର ଛାତ୍ରଛାତ୍ରୀ ସହ ଇଂଜିନିୟରିଂ କଲେଜର ଛାତ୍ରୀମାନେ ପ୍ୟାରେଡ ପ୍ରର୍ଶନ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି ଅବସରରେ ବରଗଡ଼ ଶାରୀରିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମ୍ବଲପୁରୀ, ଘୁଡ଼କା, ଘୁମରା ଆଦି ନୃତ୍ୟ ଗୀତ ପରିବେଷଣ କରି ପରିବେଶକୁ ମୁଖରିତ କରିଥିଲେ ।

ପରିଶେଷରେ ସେମାନଙ୍କୁ ବିକାଶ ସ୍କୁଲର ଛାତ୍ରଛାତ୍ରୀମାନେ ଉପହାର ସ୍ୱରୂପ ପେନ୍, ପେନ୍ସିଲ, ରବର, ବ୍ରସ ପ୍ରଦାନ କରି ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ଡି ମୁରଳୀ କ୍ରୀଷ୍ଣା, କଲେଜ ଅଧ୍ୟକ୍ଷ ସମରେନ୍ଦ୍ର ପଣ୍ଡା, ସ୍କୁଲ
ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ପ୍ରମୁଖ ମଞ୍ଚାସୀନ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version