Site icon Odisha.com

କୋରାପୁଟ: ଗୁଳିବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବନ୍ଧୁଗାଁ, ଜାନୁୟାରୀ ୨୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାରେ ଗୁରୁବାର ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ଜଣେ ମହିଳା ମାଓବାଦୀ ସହଦୁଇଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଗୁଇନ୍ଦା ସୂଚନା ଅନୁଯାୟୀ ଡ଼ିଭିଏଫ ଯବାନମାନେ ମାଓ ପ୍ରବଣ ବନ୍ଧୁଗାଁ ଅଂଚଳକୁ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ମାଓବାଦୀଙ୍କ ସହ ସେମାନଙ୍କର ଗୁଳିବିନିମୟ ହୋଇଥିଲା ।

ଫଳରେ ଗୁଳିବିନିମୟରେଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମୃତଦେହ  ଉଦ୍ଧାର କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଘଟଣାସ୍ଥଳରୁଦୁଇଟି ବନ୍ଧୁକ ଏବଂ କିଟ୍ ବ୍ୟାଗ ଜବତ କରାଯାଇଥିବା ବେଳେ ମୃତକଙ୍କ ମଧ୍ୟରୁ ଜଣେ ସିପିଆଇ ମାଓବାଦୀ ସଂଗଠନର ଝଞ୍ଜାବତୀ ଡ଼ିଭିଜନର କମାଣ୍ଡର ଏବଂ ଅନ୍ୟ ମହିଳା ମାଓବାଦୀର ପରିଚୟ ମିଳିନଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version