Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଛାତ୍ରଛାତ୍ରୀ ନିୟୋଜିତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨୬(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ତାଙ୍କର ସ୍ୱାଗତ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି ।

ସିଙ୍ଗାରପୁର ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ବୁଧବାର ସ୍କୁଲ କର୍ତୃପକ୍ଷଙ୍କ କହିବା ଅନୁଯାୟୀ ଦୀର୍ଘ ପାଞ୍ଚ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସ୍କୁଲ ଗେଟ୍ ସମ୍ମୁଖରେ ଠିଆ ହୋଇଥିଲେ ।

ସ୍କୁଲ କର୍ତୃପକ୍ଷ ବଳପୂର୍ବକ ସେମାନଙ୍କୁ ଠିଆ କରାଇଥିବାରୁ ଅଭିଭାବକମାନେ କ୍ଷୋଭପ୍ରକାଶ କରିଛନ୍ତି । ସ୍କୁଲ ପରିସରରେ ନିର୍ବାଚନ କାର୍ଯ୍ୟକ୍ରମ କରୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାହତ ହେଉଥିବା ସେମାନେ କହିଛନ୍ତି । ଏସଂପର୍କରେ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି ।

“ଭିଆଇପିଙ୍କ ଗସ୍ତ ସମୟରେ ତାଙ୍କୁ ସ୍ୱାଗତ ପାଇଁ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବା ଉପରେ କଟକଣା ଜାରି କରାଯାଇଛି, ତେବେ ଏହି ଘଟଣାର ତଦନ୍ତ କରାଯିବ” ସ୍କୁଲ ଡ଼ିଆଇ ପିତାମ୍ବର ରାଉତ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ସମୟରେ ଆଚରଣବିଧି ଉଲଂଘନ କରାଯାଇଥିବା ଅଭିଯୋଗ ମିଳିଛି ଏବଂ ଏହା ଉପରେ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ଚାନ୍ଦ ମଲ୍ଲିକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version