Site icon Odisha.com

ଓଡ଼ିଶାର ଜନସାଧାରଣ ବିଜେଡ଼ିର ଶକ୍ତି: ନବୀନ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ସ୍ୱତନ୍ତ୍ର ରାଜ୍ୟାପାହ୍ୟ ପାଇଁ ଦୀର୍ଘଦିନରୁ ଦାବୀକରାଯାଉଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି କର୍ଣ୍ଣପାତ କରିନାହିଁ, ମାତ୍ର ଓଡ଼ିଶାର ଚାରି କୋଟି ଜନସାଧାରଣ ବିଜେଡ଼ିର ଶକ୍ତି ବୋଲି ଶୁକ୍ରବାର ଭଦ୍ରକ ଠାରେ ଏକ ନିର୍ବାଚନୀ ସଭାରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି କ୍ରମାଗତ ଭାବରେ ବୈମାତୃକ ମନୋଭାବ ପୋଷଣ କରିଚାଲିଛି । ଏହା ସତ୍ୱେ ଆମ ରାଜ୍ୟର ପ୍ରଗତିରେ ଏହା ଅନ୍ତରାୟ ହେଇପାରି ନାହିଁ, କେଶପୁର ଠାରେ ଆୟୋଜିତ ସଭାରେ ସେ କହିଛନ୍ତି ।

ବିଜୁବାବୁ ଗ୍ରାମାଂଚଳର ଉନ୍ନତି ପାଇଁ ସ୍ୱପ୍ନ ଖେିଥିଲେ । ତାହା ଆଜି ସାକାର ହୋଇଛି । ବିରୋଧିଦଳ ଗୁଡ଼ିକ ରାଜ୍ୟର ସ୍ୱାର୍ଥ କଥା ଚିନ୍ତା ନକରି ନିଜ ପରିବାରର ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେଇ ଚାଲିଛନ୍ତି ।

କେନ୍ଦ୍ରର ଅବହେଳା ବିରୁଦ୍ଧରେ ପଂଚାୟତ ନିର୍ବାଚନରେ ଲୋକମାନେ ଉପଯୁକ୍ତ ଜବାବ୍ ଦେବେ ବୋଲି କର୍ମୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version