Site icon Odisha.com

ଚାଳକ ବିହୀନ ବିମାନ ‘ଲକ୍ଷ୍ୟ-୨’ର ସଫଳ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ
ଘାଟୀରୁ ଶୁକ୍ରବାର ଚାଳକ ବିହୀନ ବିମାନ ଲକ୍ଷ୍ୟ-୨ର ସଫଳ ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଂଚପ୍ୟାଡ଼ରୁଦିନ ୧୧ଟା ୨୦ରେ ଏହାର ପରୀକ୍ଷଣ କରାଯାଇଛି । ଏହା ୱାୟେରଲେସ
ମାଧ୍ୟମରେ ସୂଚନା ପ୍ରଦାନ କରିପାରିବ ଏବଂ ୩୦ ମିନିଟ ପର୍ଯ୍ୟନ୍ତ ଉଡ଼ିପାରିବ ।

୧୯୭୬ରେ ଏହାର ପ୍ରଥମ ସଫଳ ପରୀକ୍ଷଣ ହୋଇଥିଲା । ୨୦୦୦ ମସିହାରେ ଏହାକୁ ଭାରତୀୟ
ବାୟୁସେନାରେ ସାମିଲ୍ କରାଯାଇଥିବା ବେଳେ ବାୟୁସେନାର ତଥ୍ୟ ହାସଲ ପାଇଁ ଏହାକୁ ନିୟୋଜିତ
କରାଯାଇଥାଏ ।

ଓଡ଼ିଶା ଡ଼ଟ୍ କମ୍

Exit mobile version