Site icon Odisha.com

ବଣ୍ଡାଙ୍କ ଫଟୋ ପ୍ରଦର୍ଶନ: ଟ୍ରାଭେଲ ଏଜେନ୍ସି ବିରୁଦ୍ଧରେ ମାମଲା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଟୁର୍ ଓ ଟ୍ରାଭେଲ ଏଜେନ୍ସି ଗୁଡ଼ିକ ଆଦିମ ଅଧିବାସୀ ବଣ୍ଡା ସଂପ୍ରଦାୟଙ୍କ ନଗ୍ନ ଫଟୋ ଫଟୋ ପ୍ରଦର୍ଶନ କରିବା ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି ।

ଏସଂପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେବାପରେ ଶୁକ୍ରବାର ଶହୀଦନଗର ଥାନାରେ ଡ଼ୋଭ୍ ଟୁର୍ ଆଣ୍ଡ ଟ୍ରାଭେଲ୍ସ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସେହିପରି ଏଭଳି କାର୍ଯ୍ୟ କରୁଥିବା ଅନ୍ୟ ଟ୍ରାଭେଲ୍ସ ଏଜେନ୍ସି ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବଣ୍ଡା ଅଧିବାସୀଙ୍କ ନଗ୍ନ ଚିତ୍ରକୁ ଟ୍ରାଭେଲ ଏଜେନ୍ସି ସେମାନଙ୍କ ୱେବସାଇଟ୍ ଜରିଆରେ ବିଜ୍ଞାପନ ପ୍ରଚାର କରୁଥିବା ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ପ୍ରକାଶ କରିବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version