Site icon Odisha.com

ସମବାୟ ପରିଚାଳନା: ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ସମବାୟ ସଂସ୍ଥା ତଥା ବ୍ୟାଙ୍କ ପରିଚାଳନା ନେଇ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି ।

କଟକ ସମବାୟ ବ୍ୟାଙ୍କ ସହ ୨୪ଟି ସମବାୟ ସଂସ୍ଥାରେ ଥିବା ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ପରିଷଦକୁ ହାଇକୋର୍ଟ ନିକଟରେ ଅସିଦ୍ଧ ଘୋଷଣା କରିଥିଲେ ।

ମନୋନୀତ ପରିଷଦକୁ ହଟାଇ ନିର୍ବାଚିତ ପ୍ରତିନିଧି ଏହାର ଦାୟୀତ୍ୱ ତୁଲାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଛଅ ମାସ ମଧ୍ୟରେ ସମବାୟ ସଂସ୍ଥା ଗୁଡ଼ିକରେ ନିର୍ବାଚନ କରିବାକୁ କହିଥିଲେ ।

ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରି କଟକ ସମବାୟ ବ୍ୟାଙ୍କ ଏବଂ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ
ଦ୍ଵାରସ୍ଥ ହୋଇଥିଲେ ।

ଏହି ସ୍ଥଗିତାଦେଶ ଫଳରେ ପୂର୍ବଭଳି ସରକାରଙ୍କ ଦ୍ୱାରା ମନୋନୀତ ପରିଷଦ ସମବାୟ ସଂସ୍ଥା ଗୁଡ଼ିକର କାର୍ଯ୍ୟ ତୁଲାଇବେ ବୋଲି ଜଣେ ଆଇନଜୀବୀ କହିଛନ୍ତି

ଓଡ଼ିଶା ଡ଼ଟ୍ କମ୍

Exit mobile version