Site icon Odisha.com

ସ୍ଭାବନା ପୁରସ୍କାର ପାଇଁ ଅବୁଲ ବାରି ମନୋନୀତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ୧୪ମହଲା ମୁସଲିମ ଜମାତର ସଭାପତି ହାଜି ମହମ୍ମଦ
ଅବୁଲ ବାରୀ ଜାତୀୟ ସ୍ଭାବନା ପୁରସ୍କାର-୨୦୧୧ ପାଇବାକୁ ମନୋନୀତ ହୋଇଛନ୍ତି ।

ଏହି ଖବର ଭଦ୍ରକରେ ପ୍ରଚାରିତ ହେବାପରେ ସମଗ୍ର ସହରର ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ
ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ଏଥିପାଇଁ ଜିଲାପାଳ ଅକ୍ଷୟ କୁମାର ପାଣି, ଜିଲା ଆରକ୍ଷୀ ଅଧିକ୍ଷକ ଚିନ୍ତାମଣି ପଣ୍ଡା ଅବୁଲ ବାରିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ପୁରସ୍କାର କେବଳ ଭଦ୍ରକ ନୁହେଁ ବରଂ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ।

ଭାରତର ଉପରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି କମିଟିର ଅନୁମୋଦନକ୍ରମେ ନୂଆଦିଲ୍ଲୀ ଠାରେ ବାରିଙ୍କ ନାମ ଘୋଷଣା କରାଯାଇଛି ।

ଏହି ମନୋନୟନରେ ଅବୁଲ ଖୁସି ପ୍ରକାଶ କରିବା ସହ ବିଭିନ୍ନ ହିନ୍ଦୁ ସଂଗଠନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଯେଭଳି ଶୁଭେଛାର ବାର୍ତା ମିଳିଛି ସେଥିରେ ସେ ଅଭିଭୂତ ଏବଂ ଏହା ଭଦ୍ରକବାସୀଙ୍କ ଭଲ ପାଇବାର ଫଳ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସାମ୍ପ୍ରାୟିକ ଦୃଷ୍ଟିକୋଣରୁ ଭଦ୍ରକ ଏକ ସମ୍ବେଦନଶୀଳ ଅଂଚଳ ଭାବେ ପରିଗଣିତ ହେଉଥିବା ବେଳେ
ବିଭିନ୍ନ ସମୟରେ ସହରରେ ସାମ୍ପ୍ରାୟିକ ସ୍ଭାବନା ରକ୍ଷା କରିବା ଦିଗରେ ଅବୁଲଙ୍କ ଅବଦାନ
ସ୍ମରଣୀୟ ବୋଲି ବହୁ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି ।

ବାରି ଏଭଳି ଜାତୀୟ ସ୍ତରର ସମ୍ମାନର ଅଧିକାରୀ ହୋଇଥିବାରୁ ଏହା ଜିଲ୍ଲାରେ ସାମ୍ପ୍ରାୟିକ
ସ୍ଭାବନା ପ୍ରତିଷ୍ଠା ଦିଗରେ ଅଧିକ ସହାୟକ ହେବ ବୋଲି ହିନ୍ଦୁ ସୁରକ୍ଷା ସମିତିର ସଭାପତି
ବିଦ୍ୟାଧର ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version