Site icon Odisha.com

ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ବ୍ୟାଙ୍କ ଜମା ଖାତାରୁ ଜଣେ ଜମାକାରୀଙ୍କ ଟଙ୍କା ଗାଏବ ସମ୍ପର୍କିତ ମାମଲାର ବିଚାର କରି ଭଦ୍ରକ ଖାଉଟି ଅଦାଲତ ସଂପୃକ୍ତ ବ୍ୟକ୍ତିଙ୍କୁ ଟଙ୍କା ଫେରାଇବାକୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ଭଦ୍ରକ ଭୂଅର୍ଜନ ଅଧିକାରୀଙ୍କ କର୍ଯ୍ୟାଳୟରେ କାର୍ଯ୍ୟରତ ଆରଆଇ ଭକ୍ତ ଚରଣ ପ୍ରଧାନ ତାଙ୍କ ଅଜାଣତରେ ନିଜ ଜମାଖାତାରୁ ୩୧ହଜାର ୨୩୫ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ ।

ଏ ସଂପର୍କରେ ସେ ଭଦ୍ରକ ଷ୍ଟେଟବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକଙ୍କୁ ଜଣାଇବା ସତ୍ତ୍ଵେ କୌଣସି ପଦକ୍ଷେପ ନିଆଯିବାରୁ ପ୍ରଧାନ ଜିଲ୍ଲା ଖାଉଟି ଅଦାଲତର ଦ୍ଵାରସ୍ଥ ହୋଇଥିଲେ ।

ଅଦାଲତ ସଭାପତି ମହମ୍ମଦ ଜବାର ଅହମ୍ମଦ ଏବଂ ସଭ୍ୟ ଶତୃଘ୍ନ ସାମଲ ଓ ସୁଶ୍ରୀ ପ୍ରତିମା ଏହାର ବିଚାର କରି ଆସନ୍ତା ଏକମାସ ମଧ୍ୟରେ ପ୍ରଧାନଙ୍କ ଜମାଖାତାରେ ଉପରୋକ୍ତ ପରିମାଣର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନାୟେ ଉକ୍ତ ଟଙ୍କା ଦେୟ ପର୍ଯ୍ୟନ୍ତ ଉପରୋକ୍ତ ରାଶି ଉପରେ ୧୨ପ୍ରତିଶତ ସୁଧ ଦେବାପାଇଁ ଆଦେଶ ଦେଇଛନ୍ତି ।

ପୂର୍ବରୁ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ କେତେକ ଗ୍ରାହକଙ୍କ ଜମାଖାତାରୁ ସେମାନଙ୍କ ଅଜାଣତରେ ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version