Site icon Odisha.com

ନିର୍ବାଚନ ଇସ୍ତାହାର, ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଶେ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଥିବା ବେଳେ ରାଜ୍ୟର ୧୪ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି ।

ଦଳ ପକ୍ଷରୁ ସଭାପତି ନିରଂଜନ ପଟ୍ଟନାୟକ ଶନିବାର ଏହି ୧୬ ପୃଷ୍ଠା ବିଶିଷ୍ଟ ନିର୍ବାଚନ ଇସ୍ତାହାର
ପ୍ରକାଶ କରିଛନ୍ତି । ଇସ୍ତାହାରରେ ୨୬ଟି ଅଭିଯୋଗ ଅଣାଯାଇଛି ।

ଏମ୍ଜିଏନ୍ଆର୍ଇଜିଏ ଦୁର୍ନୀତି, ଡାଲି ଦୁର୍ନୀତି, ଖଣି ଦୁର୍ନୀତି ସହ ପିପିଲି ଗଣବଳାକ୍ରାର ଘଟଣା ଉପରେ ଚର୍ଚ୍ଚା କରାଯାଇଛି ।

ଅନାହାର ମୃତ୍ୟୁ, ପୋଲିସ ଅତ୍ୟାଚାର, ଚାଷୀ ଆତ୍ମହତ୍ୟା, ବେକାରୀ ସମସ୍ୟା, ସାଧାରଣ ବଂଟନ
ବ୍ୟବସ୍ଥାରେ ଅନିୟମିତତା, ଶିଶୁ ଭୃଣହତ୍ୟା, ଯୁବତୀ ଚାଲାଣ, କୁଜଙ୍ଗ ବାଣ ବିସ୍ଫୋରଣ, ମାଓବାଦୀ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ମାଲୋଚନା କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖଣି ଦୁର୍ନୀତି ଓ ଜଙ୍ଗଲ ଆଇନ ଉଲ୍ଲଂଘନ ପାଇଁ ଦୋଷାରୋପ
କରାଯାଇଥିବା ବେଳେ ବିରଜା ମୂର୍ତି ଅଳବଳ ଓ ଜମି ହଡପରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ
ସଂଶ୍ଳିଷ୍ଟ ବୋଲି କୁହାଯାଇଛି ।

ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ଅଭିଯୋଗ
ଅଣାଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କୁ ବ୍ଲକ୍ ଅଧ୍ୟକ୍ଷ ହତ୍ୟାକାଣ୍ଡ ପାଇଁ ଦାୟୀ କରାଯାଇଛି ।

ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜମି ଦୁର୍ନୀତି, ଖଣି ଓ ଇସ୍ପାତ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ
ଏମ୍ଜିଏନ୍ଆର୍ଇଜିଏ ଦୁର୍ନୀତି, ଖଣି ଦୁର୍ନୀତି ଓ ବାଲିଆପାଳ ବଳାକ୍ରାର ଘଟଣା ପାଇଁ ଦାୟୀ କରାଯାଇଛି ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଓ ଘର ଦୁର୍ନୀତି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀୟ ସାହୁ ବସଷ୍ଟାଣ୍ଡ ଜମି ହସ୍ତାନ୍ତର ଦୁର୍ନୀତିରେ ସଂପୃକ୍ତ ଥିବା ଇସ୍ତାହାରରେ କୁହାଯାଇଛି ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଏବଂ ବ୍ୟିାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନାଙ୍କ
ବିରୋଧରେ କୋଇଲା ଦୁର୍ନୀତି, ପଂଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତି ପୁରୀ ପୌରପରିଷଦ ଜମି ଦୁର୍ନୀତି, ଗାୟତ୍ରୀ ପଣ୍ଡା ମାମଲା ଓ ଆଶୀର୍ବାଦ ଗେଷ୍ଟହାଉସ୍ ମାମଲାରେ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି ।

ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୁଦ୍ଧରେ ଫୌଜାରୀ ମାମଲା ଥିଲାବେଳେ ସେ ବିହନ
ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା କୁହାଯାଇଛି । ସେହିପରି ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇଛି ।

ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ କଂଗ୍ରେସ ଲଢେଇ ଜାରି ରଖିବ । ବ୍ଲକ୍ ଅଫିସ୍ ଗୁଡିକ ବିଜେଡି କର୍ମୀଙ୍କ ଆଡ୍ଡାରେ ପରିଣତ ହୋଇଛି ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version