ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୨୮ (ଓଡିଶା ଡଟ୍ କମ୍) ସମଗ୍ର ରାଜ୍ୟରେ ଶନିବାର ଉତ୍ସାହ ଉଦ୍ଦୀପନାର ସହିତ ସରସ୍ୱତୀ ପୂଜା ପାଳନ କରାଯାଇଛି ।
ଭୁବନେଶ୍ୱର ସମେତ ପୁରପଲ୍ଲୀରେ ଘରେ ଘରେ ତଥା ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ୍
ଏବଂ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ବେଶ୍ ଆଡମ୍ବର ସହିତ ବିଦ୍ୟାଦାତ୍ରୀଙ୍କ ପୂଜା କରାଯାଇଛି ।
ରାଜଧାନୀର ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ସରସ୍ୱତୀଙ୍କ ମୂର୍ତୀରେ ଫୁଲ ଏବଂ ହାର ମଣ୍ଡିତ କରାଯାଇ
ପୂଜା କରାଯିବା ସହିତ ବିଭିନ୍ନ ପ୍ରକାରର ତୋରଣମାନ ନିର୍ମାଣ କରାଯାଇଛି ।
ଶହୀଦ ନଗର, ୟୁନିଟ୍-୩, ବାପୁଜୀ ନଗର, ସିଆର୍ପି, ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର,
ଚନ୍ଦ୍ରଶେଖରପୁର ଆଦି ସ୍ଥାନରେ ଜାକଜମକରେ ପୂଜା କରାଯାଇଛି ।
ଏହି ଅବସରରେ ଅନେକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ପ୍ରତ୍ୟେକ ବର୍ଷ ମାଘ ଶୁକ୍ଳପକ୍ଷ ପଂଚମୀ ତିଥିରେ ପବିତ୍ର ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଥାଏ । ବର୍ଷର ଏହି ମଙ୍ଗଳ ମୁହୂର୍ତରେ ତାଙ୍କର ଆବାହନ କରାଯାଇ ଶିକ୍ଷାର୍ଥୀ ତଥା ଅନ୍ୟମାନେ ସିଦ୍ଧି ନିମନ୍ତେ ପ୍ରାର୍ଥନା କରିଥାନ୍ତି ।
ଓଡ଼ିଶା ଡ଼ଟ୍ କମ୍