Site icon Odisha.com

ଶ୍ୟାମାକାଳୀ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ କଳସଯାତ୍ରା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ସ୍ଥିତ ମାଁ ଶ୍ୟାମାକାଳୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ କଳସ ଶୋଭାଯାତ୍ରା କରାଯାଇଛି ।

ପ୍ରଥମଦିନରେ ୧୦୦୮ କଳସଧାରୀଣି ଜିରା ନୀର ପବିତ୍ର ଜଳ ଆଣିବା ପରେ ମନ୍ଦିର ମଣ୍ଡପରେ ପୂଜାର୍ଚ୍ଚନା ହୋଇଛି ।

ଯାତ୍ରା ପାଇଁ ଅଞ୍ଚଳର ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଭବ୍ୟ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ବାଇପାସ୍ ରେ ସୁବିଧା ମଧ୍ୟ କରାଯାଇଛି ।

ପ୍ରତିକୂଳ ପାଗ ସତ୍ୱେ ଭକ୍ତମାନେ କଳସ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ୧୦୮ ଜଣ ବଟୁଙ୍କର ବ୍ରତୋପୟନ ପାଇଁ ଚାରି କର୍ମର ମଧ୍ୟ ଆୟୋଜନ କରାଯାଇଛି ।

ମନ୍ଦିର ପ୍ରତିଷ୍ଠା ପାଇଁ ୨୪ ପ୍ରହରୀ ନାମଯଜ୍ଞ, ଚଉଷଠୀ ଉପଚାର ପୂଜା, ଚଣ୍ଡିଯଜ୍ଞ, ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟାଶ ପୂରାଣ ପାଠ, ଭଜନସଂଧ୍ୟା ଆଦିର ଆୟୋଜନ କରାଯାଇଥିବା କମିଟିର ଆବାହକ ବିରେନ୍ଦ୍ର ପ୍ରଧାନ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version