Site icon Odisha.com

ନିର୍ବାଚନ ଇସ୍ତାହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିବା ନିର୍ବଚନୀ ଇସ୍ତାହାର ଆଚରଣବିଧି ଉଲଂଘନ କରୁଥିବା ଦର୍ଶାଇ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେବା ପରେ ଆଇନ ଅନୁଯାୟୀ ଯେଉଁ କଟକଣା ଜାରି କରାଯାଇଛି କଂଗ୍ରେସ ତାହା ଉଲଂଘନ କରିଛି ବୋଲି ରବିବାର ଳପକ୍ଷରୁ ନିର୍ବାଚନ କମିଶନଙ୍କୁ କୁହାଯାଇଛି ।

ଗୋଟିଏ ଦଳ ଅନ୍ୟ କୌଣସି ଦଳର ନେତାଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ମତ ଦେଇପାରିବେ ନାହଁ କିମ୍ବା
ଅଭିଯୋଗ କରିପାରିବେ ନାହିଁ । କଂଗ୍ରେସ ଏହାର ଉଲଂଘନ କରି ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ଜଣ
ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ।

ତେଣୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

ଶନିବାର କଂଗ୍ରେସ ପକ୍ଷରୁ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଇସ୍ତହାର ପ୍ରକାଶ କରାଯାଇଥିଲା ଏବଂ ଏଥିରେ ୧୪ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଉଲ୍ଲେଖ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version