Site icon Odisha.com

ଯାଜପୁର: ଦୁଇ ଲକ୍ଷ ଆଦିବାସୀଙ୍କ ଭୋଟ୍ ବର୍ଜନ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ଜଙ୍ଗଲ ଆଇନ-୨୦୦୬ର ଉଲଂଘନ ତଥା ସେମାନଙ୍କୁ ଶବର ସମ୍ପ୍ରଦାୟରେ ସାମିଲ କରାଯାଉନଥିବାରୁ ଯାଜପୁର ତଥା ଏହାର ଆଖପାଖ ଅଂଚଳର ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଆଦିବାସୀ ଆସନ୍ତା ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ।

ବିଭାଗୀୟ କର୍ତୃପକ୍ଷ ଜାଣିଶୁଣି ଜମି ରେକର୍ଡ଼ ତଥା ଅନ୍ୟାନ୍ୟ କାଗଜପତ୍ରରେ “ଶର’ ସଂପ୍ରାୟ ଭାବରେ ର୍ଶାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ବହୁଦିନରୁ ଜମିରେ ଚାଷ କରିଆସୁଥିଲେ ମଧ୍ୟ ପ୍ରଶାସନ ଜଙ୍ଗଲ ଜମି ଅଧିକାର ଆଇନରେ ସେମାନଙ୍କ
ନାମ ଏହି ସଂପ୍ରାୟରେ ସାମିଲ କରୁନଥିବାରୁ ନୀଳମାଧବ ଅିବାସୀ ସଂଘ ପକ୍ଷରୁ ଆଦିବାସୀମାନେ ଏକତ୍ରିତ ହୋଇ ପ୍ରଶାସନର ନିଷ୍ପତି ବିରୁଦ୍ଧରେ ଲଢେଇ କରିଆସୁଛନ୍ତି ।

“ପ୍ରଶାସନ ତଥା ବିଭିନ୍ନ ରାଜନୈତିକ ଦଳ ଆମର ଏକତାକୁ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି କିନ୍ତୁ ଆମେ ଭୋଟ୍ ଦେବୁ ନାହିଁ ବୋଲି ଦୃଢ ଭାବେ ନିଷ୍ପତି ନେଇଛୁ” ଆଦିବାସୀ ନେତା କୁଶ ନାୟକ କହିଛନ୍ତି ।

ବିଭିନ୍ନ ଦଳରେ ଯୋଗ ଦେଇଥିବା କେତେକ ଆଦିବାସୀ ନେତା ମଧ୍ୟ ଦଳ ଛାଡ଼ି ଆମସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ନ୍ୟାୟ ପାଇଁ ଲଢେଇ କରୁଥିବା ଆସିବାସୀଙ୍କୁ ସମର୍ଥନ ପାଇଁ କୌଣସି ରାଜନୈତିକ ଦଳ ଆଗେଇ ଆସିନାହାନ୍ତି, ସେ କହିଛନ୍ତି ।

“ଭାରତର ସମ୍ବିଧାନ ଅନୁସାରେ ଆମେ “ଶବର” ସଂପ୍ରଦାୟର, କିନ୍ତୁ ଆମ ଜମି ବେଆଇନ ଭାବେ ହାତେଇବା ପାଇଁ କେତେକ ଅଫିସର ତଥା ରାଜନୈତିକ ବ୍ୟକ୍ତି ଜମି କାଗଜପତ୍ରରେ “ଶବର” ବୋଲି ଉଲ୍ଲେଖ କରିଛନ୍ତି” ଆଦିବାସୀ ନେତା କୈଳାଶ ଦେଉରୀ କହିଛନ୍ତି ।

ଆଇନ ଅନୁଯାୟୀ ଜଣେ ଅଣ ଆଦିବାସୀ ବ୍ୟକ୍ତି କର୍ତୃପକ୍ଷଙ୍କ ବିନା ଅନୁମତିରେ ଆଦିବାସୀଙ୍କ ଜମି କିଣି ପାରିବ ନାହିଁ, ତେଣୁ ଆମକୁ “ଶବର” ଦର୍ଶାଇ ଜମି ହାତେଇବାରେ ସେମାନେ ସଫଳ ହେଉଛନ୍ତି, ସେ କହିଛନ୍ତି ।

ଆମକୁ “ଶବର” ସଂପ୍ରଦାୟରେ ସାମିଲ କରିବା ପାଇଁ ବହୁବାର ସରକାରଙ୍କ ନିକଟରେ ଦାବି କରିଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସେ କହିଛନ୍ତି ।

କେତେକ ଲୋକ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ୍ ନବୋକୁ ନିଷ୍ପତି ନେଇଥିବା ଜଣାପଡ଼ିଛି, ତେବେ ଭୋଟ୍ ଦେବା ପାଇଁ ସେମାନଙ୍କୁ କୁହାଯିବ ବୋଲି ଜିଲ୍ଲାପାଳ ଅନୀଲ ସାମଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version