Site icon Odisha.com

ରବିବାସରୀୟ ସାହିତ୍ୟ ଚକ୍ରର ପୁସ୍ତକ ଲୋକାର୍ପଣ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକର ସର୍ବପ୍ରାଚୀନ ସହିତ୍ୟ ଅନୁଷ୍ଠାନ ରବିବାସରୀୟ ସାହିତ୍ୟ ଚକ୍ରର ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ମହେନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଗବେଷଣା ପରିଷର ସଭାପତି ଡ଼ଃ.କୃଷ୍ଣ ଚରଣ ବେହେରା ଓ ସମ୍ମାନୀତ ଅତିଥି ଭାବେ ସଂଗୀତ ଗବେଷକ କୀର୍ତନ ନାରାୟଣ ପାଢ଼ୀ ଯୋଗ ଦେଇଥିଲେ ।

ପୂର୍ବାହ୍ନରେ ସାହିତ୍ୟ ସାରଥି ଭାଗିରଥି ମହାପାତ୍ରଙ୍କ ଜନ୍ମସ୍ଥାନ ଗରପୁରରୁ ଜ୍ୟୋତି ଆବହାନ କରି ତାଙ୍କର ପୌତ୍ର ସନ୍ତୋଷ ମହାପାତ୍ର ସଭାସ୍ଥଳରେ ସଂସ୍ଥାପନ କରିଥିଲେ ।

କବି ଗୌତମ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଡ଼କ୍ଟର ମନିନ୍ଦ୍ର ମହାନ୍ତି ଉତ୍ସବର ଆଭିମୁଖ୍ୟ ରଖିଥିବା ବେଳେ ସଂପାଦକ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ ସଂପାଦକୀୟ ବିବରଣୀ ରଖିବା ପରେ ପ୍ରାକ୍ତନ ସଂପାଦକ ଅକ୍ଷୟ ଜେନା ପୁସ୍ତକ ଦ୍ଵୟର ସାରାଂଶ ପାଠ କରିଥିଲେ ।

ଲୋକାର୍ପଣ ଉତ୍ସବରେ ରାଖାଲ ଦାସ, ସୂର୍ଯ୍ୟମଣୀ ଖୁଂଟିଆ, ଦିଗମ୍ବର ମହାନ୍ତିଙ୍କ ପୁସ୍ତକ ଉପହାର
ପ୍ରଦାନ କରାଯାଇଥିଲା । କବି ଭାଗିରଥିଙ୍କ ‘ଜଗତ ମୁକୁଟମଣୀ’ କବିତାକୁ ବିଳୟ ବହଳୀ ଆବୃତି କରିଥିଲେ ।

ପରେ ଭଦ୍ରକ ସଂଗୀତ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ଭଦ୍ରକାଳୀ ବନ୍ଦନା, ବନ୍ଦେ ଉତ୍କଳ ଜନନୀ
ତଥା ଭାଗିରଥିଙ୍କ ଲିଖିତ କବିତା ପାଠ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version