Site icon Odisha.com

ଆକ୍ରମଣରେ ପଞ୍ଚାୟତିରାଜ ମନ୍ତ୍ରୀ ଆହତ, ଜଣେ ଅଟକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୋମବାର ରାତିରେ ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ଆହତ ହୋଇଥିବା ପୋଲିସ କହିଛି ।

ଚନ୍ଦନପୁର ଥାନା ଅନ୍ତର୍ଗତ ପ୍ରତାପ ପୁରୁଷୋତ୍ତମପୁର ଗ୍ରାମରେ ଦଳୀୟ କର୍ମୀଙ୍କ ସହ ଏକ ସଭାରେ ମହାନ୍ତି ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି ।

ମହାନ୍ତିଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ତାଙ୍କ ମୁଣ୍ଡରେ ସାତଟି ଷ୍ଟିଚ ପଡ଼ିଛି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।

ପୋଲିସ ତୁରନ୍ତ ଆକ୍ରମଣକାରୀ ବ୍ୟକ୍ତିଙ୍କୁ ଅଟକ ରଖିଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ଡ଼ିଆଇଜି ଡ଼ିଏସ୍ କୁଟ୍ଟେ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version