ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି
କେନ୍ଦ୍ରାପଡ଼ା, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପତ୍ନୀଙ୍କ ସପକ୍ଷରେ ପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଶିକ୍ଷକଙ୍କୁ ଜିଲ୍ଲାପାଳ ସୋମବାର ନିଲମ୍ବିତ କରିଛନ୍ତି ।
ରାଜନଗର ବ୍ଲକ ଅର୍ନ୍ତଗତ ରଙ୍ଗଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀପକ କୁମାର ଜେନା ପତ୍ନୀ ମମତା ରାଣି ଜେନାଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜିଲ୍ଲାପାଳ ପି.କେ.ପଟ୍ଟନାୟକ କହିଛନ୍ତି ।
ମମତା ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି ।
ନିକଟରେ ଦୀପକ ଏକ ନିର୍ବାଚନୀ ସଭାରେ ପତ୍ନୀଙ୍କ ସପକ୍ଷରେ ପ୍ରଚାର କରୁଥିବା ଫଟୋ କେତେକ ଗ୍ରାମବାସୀ ଦେଖାଇଥିଲେ । ଏହାପରେ ତଦନ୍ତ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତାଙ୍କଠାରୁ ରିପୋର୍ଟ ମିଳିବା ପରେ ଦୀପକଙ୍କୁ ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍