ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଭୁବନେଶ୍ୱର ଶାଖାରେ ଚଳିତ ବର୍ଷ ଅଗଷ୍ଟରୁ ନାମ ଲେଖା ଆରମ୍ଭ ହେବ ବୋଲି ଭୁବନେଶ୍ୱର ଠାରେ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରତାପ କୁମାର ପ୍ରଧାନ କହିଛନ୍ତି ।
ପ୍ରଧାନ ସଚିବାଳୟରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ସହ ଏମ୍ସର ଅଗ୍ରଗତି
ସଂପର୍କରେ ଆଲୋଚନା କରିଛନ୍ତି ।
ଚଳିତ ବର୍ଷ ୫୦ଟି ଓ ଆସନ୍ତା ବର୍ଷ ଶହେଟି ସିଟ୍ ପାଇଁ ନାମ ଲେଖାଯିବ ଏବଂ ଡ଼ିସେମ୍ବର ସୁଦ୍ଧା ପାଂଚ ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଚାଲିଛି ବୋଲି ଆଲୋଚନା ପରେ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।
ମେଡ଼ିକାଲର ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ଏବଂ ମେଡ଼ିକାଲ କଲେଜ ପାଇଁ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି, ସେ କହିଛନ୍ତି ।
ରାଜଧାନୀ ଉପକଣ୍ଠସ୍ଥ ସିଜୁଆ ଠାରେ ୨୦୦୩ ଜୁଲାଇରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍