Site icon Odisha.com

ଲିସାସ୍ ପକ୍ଷରୁ ୧୫ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଅଗ୍ରଣୀ ସଂସ୍ଥା ଲିସାସ୍ ପକ୍ଷରୁ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି ।

ଏଥିପାଇଁ ସଂସ୍ଥା ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ, ବିଜେବି କଲେଜ, ରମାଦେବୀ ମହିଳା
ମହାବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟର ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ସାତ
ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା ।

ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ବର୍ଷ ପାଇଁ ମାଗଣାରେ ପାଠ୍ୟ ଉପକରଣ, ସମ୍ବାଦ ପତ୍ର ଇତ୍ୟାଦି ଯୋଗାଇ ଦିଆଯିବ ।

ଏହି ବୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ୨୧/୨୨ ବର୍ଷ ବୟସରେ ଆଇଏଏସ୍ ଏବଂ ଅନ୍ୟ ସର୍ବଭାରତୀୟ ପରିକ୍ଷା ଦେବା ପାଇଁ ଉତ୍ସାହିତ କରିବ ବୋଲି କୁହାଯାଇଛି ।

ଲିସାସ୍ର ନିର୍ଦ୍ଦେଶିକା ଲିନୁ ଚୟନିଙ୍କ ଅଧ୍ୟକ୍ଷତାରେ ରବିବାର ରେଡ଼କ୍ରସ ଭବନରେ ଆୟୋଜିତ ଏକ ଉତ୍ସବରେ ଏହି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ସିଭିଲ ସର୍ଭିସ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ
୨୦୦୯.୧୦ରୁ ସଂସ୍ଥା ପକ୍ଷରୁ ଏହି ବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ଏହି ଅବସରରେ ଚୟନି କହିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ପର୍ଷର ସଦସ୍ୟ ଅରବିନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version