ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିନ୍ଦୋଳ ଗସ୍ତ ପୂର୍ବରୁ ବିରୋଧୀ ନେତାଙ୍କୁ ଗିରଫ କରି ଅଟକ ରଖିବା ଘଟଣାକୁ ନିନ୍ଦା କରାଯାଇଛି ।
ନିର୍ବାଚନୀ ସଭାରେ ଉଦ୍ଦବୋଧନ ଦେବାର ବହୁ ପୂର୍ବରୁ ପ୍ରତିଷେଧକମୂଳକ ଭାବେ ବିଜେପି ଏବଂ କଂଗ୍ରେସ ନେତାଙ୍କୁ ସାତମାଇଲ ବଙ୍ଗଳାରେ ଅଟକ ରଖାଯିବା ନିନ୍ଦନୀୟ ଏବଂ ଏହା ଆଚରଣବିଧି ଉଲଂଘନ ବୋଲି ବିଜେପି ରାଜ୍ୟସଭା ସାଂସଦ ଶ୍ରୀ ପାଣି କହିଛନ୍ତି ।
ବର୍ତମାନ ନବୀନ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଦଳୀୟ ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି । ତାଙ୍କୁ କଳା ପତାକା ପ୍ରଦର୍ଶନ ଭୟରେ ବିରୋଧୀ ଦଳର ନେତାଙ୍କୁ ଅଟକ ରଖାଯାଇ ସେମାନଙ୍କର ମୂଲ୍ୟବାନ ସମୟ ନଷ୍ଟ କରିବାର ଅଧିକାର କିଏ କାହାକୁ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ନବୀନ ନିର୍ବାଚନ ପ୍ରଚାର କରୁଥିବା ବେଳେ ଅନ୍ୟ ଦଳର ନେତାମାନେ ବିଭିନ୍ନ ସ୍ଥାନରେ ଅଟକ ରହିବା କେତେଦୁର ନ୍ୟାୟୋଚିତ? ଏ ଦିଗରେ ରାଜ୍ୟ ନିର୍ବାଚନ କମିଶନ ଧ୍ୟାନ ଦେବା ଦରକାର ବୋଲି ପାଣି କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍