Site icon Odisha.com

ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ପ୍ରଧାନଶିକ୍ଷକ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ।

ଆକ୍ରମଣ କରିଥିବା ଅଭିଯୁକ୍ତ ବଳଭଦ୍ର ଭୋଇର ବୟାନକୁ ଭିତ୍ତି କରି ମଙ୍ଗଳବାର ପ୍ରତାପ ପୁରୁଷୋତ୍ତମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବଳଭଦ୍ର ଷଡ଼ଙ୍ଗୀଙ୍କୁ ଗିରଫ କରିଥିବା ଜଣେ ପୋଲିସ ଅଧିକାରୀ ବୁଧବାର କହିଛନ୍ତି ।

ଗତ ସୋମବାର ପ୍ରତାପପୁରୁଷୋତ୍ତମପୁରରେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଯୋଗେଇଥିବା ମହାନ୍ତିଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ପୋଲିସ ବଳଭଦ୍ରଙ୍କୁ ଗିରଫ କରିଥିଲା ।

ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇିଆଯାଇଛି ।

ଆକ୍ରମଣରେ ଆହତ ହୋଇ ମନ୍ତ୍ରୀ ବର୍ତମାନ ଭୁବନେଶ୍ୱର ସ୍ଥିତ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version