Site icon Odisha.com

ପିସିସି ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) କଂଗ୍ରେସ ପକ୍ଷରୁ ପ୍ରକାଶିତ ଇସ୍ତାହାରରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦିଆଯାଇଥିବା ଅଭିଯୋଗ ପରେ ରାଜ୍ୟ ନିର୍ବାଚନ କମିଶନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ଗତ ଶନିବାର ପ୍ରକାଶିତ ଏହି ଇସ୍ତାହାରରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲା ।

ଇସ୍ତାହାରରେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ବିଭିନ୍ନ ବିଷୟ ଉଲ୍ଲେଖ କରାଯାଇଥିବା ଅଭିଯୋଗ କରି ବିଜେଡି ସାଧାରଣ ସଂପାଦକ ନରେନ୍ଦ୍ର ସ୍ୱାଇଁ, ସାଂସଦ ପିନାକୀ ମିଶ୍ର ଓ ସାଂସଦ ଶୀଶ ଭୂଷଣ ବେହେରା ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏସଂପର୍କରେ ଅବଗତ କରିଥିଲେ ।

ଆଚରଣବିଧି ଉଲଂଘନ ଅଭିଯୋଗ ହେବା ପରେ ନିର୍ବାଚନ କମିଶନ ମଙ୍ଗଳବାର କାରଣ ଦର୍ଶାଅ
ନୋଟିସ୍ ଜାରି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version