ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ଲାଞ୍ଚ ନେବାବେଳେ ବୁଧବାର ବରଗଡ଼ ସ୍କୁଲ ଡ଼ିଆଇ ଏବଂ କିରାଣିଙ୍କୁ ଭିଜିଲାନ୍ସ ପୋଲିସ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।
ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବକେୟା ଚାରି ଲକ୍ଷ ଟଙ୍କାର ଚେକ୍ କରିବା ପାଇଁ ଡ଼ିଆଇ ମନୋରଞ୍ଜନ ପଣ୍ଡା ଏବଂ କାର୍ଯ୍ୟାଳୟର କିରାଣି ଲକ୍ଷ୍ମୀନାରାୟଣ ନନ୍ଦ ୨୫୦୦ ଟଙ୍କା ଲାଞ୍ଚ ନେବାବେଳେ ଗିରଫ ହୋଇଥିବା ଅତିରିକ୍ତ ଏସ୍ପି ପ୍ରବୀଣ ତ୍ରିପାଠୀ କହିଛନ୍ତି ।
ଏସଂପର୍କରେ ଶିକ୍ଷକଙ୍କ ପତ୍ନୀ ପୂର୍ଣ୍ଣିମା ସାହୁ ଏବଂ ଭାଇ ଗୌତମ ସାହୁ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଗିରଫ ପରେ ଉଭୟଙ୍କୁ ସମ୍ବଲପୁର ସ୍ଥିତ ଏସ୍ପିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍