Site icon Odisha.com

ନିର୍ବାଚନ କମିଶନଙ୍କ ନିଷ୍ପତି ଉପରେ ହାଇକୋର୍ଟଙ୍କ ରହିତାଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ଦଳୀୟ ସମର୍ଥନ ନେଇ ନିର୍ବାଚନ କମିଶନ ନେଇଥିବା ନିଷ୍ପତି ଉପରେ ବୁଧବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ କମିଶନଙ୍କ ନିଷ୍ପତି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି ।

ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳୀୟ ସଂକେତ କିମ୍ବା ଦଳର ନେତାଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବାଲେଶ୍ୱର ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀନୀ କମିଶନଙ୍କ ଏଭଳି ନିଷ୍ପତି ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ୩ ତାରିଖରେ ହେବ । ଆସନ୍ତା ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version