Site icon Odisha.com

ଏନ୍.ଆର୍ ମହାନ୍ତି ନାଲ୍କୋର ନୂତନ (ପି ଆଣ୍ଡ ଟି) ନିର୍ଦ୍ଦେଶକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଏନ୍.ଆର୍.ମହାନ୍ତି ନାଲ୍କୋର ନୂତନ ନିର୍ଦ୍ଦେଶକ (ପି ଆଣ୍ଡ ଟି) ଭାବେ ବୁଧବାର ଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ପି.କେ. ପାଢୀଙ୍କ ଅବସର ଗ୍ରହଣ ପରେ ମହାନ୍ତି ଏହି ପଦବୀରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଅନୁଗୁଳ ସ୍ମେଲଟର ପ୍ଲାନ୍ଟର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ ।

୧୯୮୦ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ଭାବେ ଏନଆଇଟି ରାଉରକେଲାରୁ ମେକାନିକାଲ ବିଭାଗରେ ଇିଜିନିୟରିଂ ଡିଗ୍ରୀ ଲାଭ କରିବା ପରେ ମହାନ୍ତି, ଏଲ ଆଣ୍ଡ ଟିରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ ।

ଏହା ପରେ ସେ ବାଲ୍କୋରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୮୬ରେ ନାଲ୍କୋରେ ଯୋଗେଇଥିଲେ । କମ୍ପାନୀର ସ୍ମେଲ୍ଟର ପ୍ରକଳ୍ପ ଏବଂ ନିଗମ କାର୍ଯ୍ୟାଳୟରେ ସେ ବିଭିନ୍ନ ପଦବୀରେ ଅବସ୍ଥାପିତ ଥିଲେ ।

ଆଲୁମିନିୟମ ଉଦ୍ୟୋଗରେ ମହାନ୍ତିଙ୍କ ୩୦ ବର୍ଷରୁ ଉଦ୍ଧ୍ୱର୍ ଅଭିଜ୍ଞତା ରହିଛି । ନିଜର ଚାକିରୀ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version