Site icon Odisha.com

ବଣ୍ଡାଙ୍କ ଫଟୋ ଉଠାଇବାରେ ଅଙ୍କୁଶ ଲଗାଇବାକୁ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବଣ୍ଡା ଆଦିବାସୀଙ୍କୁ ପର୍ଯ୍ୟଟନ ସାମଗ୍ରୀ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ତନ୍ତ କରି ସେମାନଙ୍କ ଫଟୋ ଉଠାଇବାରେ ଅଙ୍କୁଶ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି ।

କେତେକ ଟୁର୍ ଅପରେଟର ବଣ୍ଡାଙ୍କ ଫଟୋ ଉଠାଇ ବିଦେଶୀ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରୁଥିବା ଅଭିଯୋଗ ହେବା ସହ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହି ଅଭିଯୋଗ ପରେ ପଂଚାୟତିରାଜ ବିଭାଗ ନିର୍ଦ୍ଦେଶିକା ଉଷା ପାଢୀଙ୍କୁ ଅନୁଧ୍ୟାନ କରିବା ପାଇଁ ସରକାର ଘଟଣାସ୍ଥଳକୁ ପଠାଇଥିଲେ । ସଂପୃକ୍ତ ଅଂଚଳ ଗସ୍ତ କରି ପାଢୀ ସରକାରଙ୍କୁ ବୁଧବାର ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି ।

ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ବଣ୍ଡା ଆଦିବାସୀଙ୍କ ବିକାଶ ପାଇଁ ଉଦ୍ୟମ କରିବା ଉଚିତ ।

ହାଟ ମାନଙ୍କରେ ଟୁର ଅପରେଟର ଓ ପର୍ଯ୍ୟଟକ ମାନଙ୍କ ଫଟୋ ଉଠାଇବା ଉପରେ ଅଙ୍କୁଶ ଲଗାଇବା ଜରୁରୀ ବୋଲି ସେ ତାଙ୍କ ରିପୋର୍ଟରେ ର୍ଶାଇଛନ୍ତି ।

ସେମାନଙ୍କ ନଗ୍ନ ଚିତ୍ରକୁ ଉପଭୋଗ୍ୟ ସାମଗ୍ରୀ ଭାବେ ବ୍ୟବହାର ନକରି ସେହି ଅଂଚଳରେ ଥିବା ମଣିଷ ସଫାରୀ ବନ୍ଦ କରିବା ସହ ଏହି ବର୍ଗର ଜନଜାତିଙ୍କ ବ୍ୟକ୍ତିଗତ ଜୀବନ, ସ୍ୱାଭିମାନ ଏବଂ ପରମ୍ପରା ଅକ୍ଷୁଣ୍ଣ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଏହି ଅଭିଯୋଗ ଉପରେ ରିପୋର୍ଟ ଦେବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ସରକାରଙ୍କ ପକ୍ଷରୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version