ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବଲାଙ୍ଗୀର, ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।
ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।
ଅଷ୍ଟମ ଶ୍ରେଣୀର ୬୯ ଜଣ ଛାତ୍ରଛାତ୍ରୀଙ୍କୁ ଏକ ସ୍ୱଂୟସହାୟକ ଗୋଷ୍ଠୀ ମଧ୍ୟାହ୍ନଭୋଜନ ବୋ ଦାୟିତ୍ୱ ନେଇଥିବା ବେଳେ ବୁଧବାର ସେମାନଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଓ ଭାତ ଦି ଆଯାଇଥିଲା ।
ଏହା ଖାଇବାର କିଛି ସମୟ ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ସ୍କୁଲ ଶିକ୍ଷକ ଓଗାଁ ଲୋକମାନେ ତୁରନ୍ତ ସେମାନଙ୍କୁ ଡ଼ାକ୍ତରଖାନାକୁ ଆଣିଥିଲେ ।
ତେବେ ସଂପୃକ୍ତ ସ୍ୱୟଂସହାକ ଗୋଷ୍ଠୀ ଦେଉଥିବା ଅଣ୍ଡା ଗୁଡ଼ିକ ଜବତ କରାଯାଇଥିବା ଜିଲ୍ଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍