Site icon Odisha.com

ମହିଳାଙ୍କ ଆକ୍ରମଣରେ ଅବକାରୀ ଅଧିକ୍ଷକ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ବୁଧବାର ଚଢ଼ାଉ ସମୟରେ ମହିଳାଙ୍କ ଆକ୍ରମଣରେ ଅବକାରୀ ଅଧିକ୍ଷକ ଆହତ ହୋଇଥିବା ପୋଲିସ କହିଛି ।

ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସୌରା ନୂଆପଲ୍ଲୀ ଗାଁରେ ଚଢ଼ାଉ କରିଥିଲେ । ଏହି ସମୟରେ ଗାଁରେ କୌଣସି ପୁରୁଷ ଲୋକେ ନଥିବାରୁ ମହିଳାମାନେ ଏହାକୁ ବିରୋଧ କରିଥିଲେ ।

ପରେ ପୋଲିସ ବଳପୂର୍ବକ ଗାଁରେ ଚଢ଼ାଉ କରିବାରୁ ମହିଳାମାନେ ଏକତ୍ରିତ ହୋଇ ଆକ୍ରମଣ କରିଥିଲେ । ଏହି ସମୟରେ ଅଧିକ୍ଷକ ବରେନ୍ଦ୍ର ନାଥ ଧଳ ନିଜ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ଜଣେ ମହିଳା ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ।

ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କୁ ତୁରନ୍ତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version